ବାଲେଶ୍ୱରର ଫକୀରମୋହନ କଲେଜ୍‌ରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସାରା ରାଜ୍ୟରେ ଚର୍ଚ୍ଚା ତୀବ୍ର ହେଉଛି। ସେଇ ଛାତ୍ରୀ ବିଭାଗୀୟ HOD ବିରୁଦ୍ଧରେ ନିର୍ଯାତନା ଅଭିଯୋଗ କରିଥିବା ପୃଷ୍ଠଭୂମିରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ବୈଠକ ବସିଥିଲା। ବୈଠକ ପରେ କଲେଜ ପ୍ରିନ୍ସିପାଲଙ୍କୁ କିଛି ମୁଖ୍ୟ ପଦକ୍ଷେପ ଗ୍ରହଣର ପରାମର୍ଶ ଦିଆଗଲା।

ପଢ଼ାରେ ବାଧା ନଦେଇ ଛାତ୍ରଛାତ୍ରୀ ଏକ୍ସଟ୍ରା ଆକ୍ଟିଭିଟି କରିପାରିବେ, କିନ୍ତୁ ମୁଖ୍ୟ ପାଠପଢ଼ା ଖରାପ ହେବା ଉଚିତ୍ ନୁହେଁ।

ଅତିରିକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବରୁ ସମ୍ପୃକ୍ତ ବିଭାଗମୁଖ୍ୟଙ୍କୁ ଜଣାଇବା ଆବଶ୍ୟକ।
ପ୍ରଫେସନାଲ୍ କୋର୍ସରେ ନିର୍ଦ୍ଧାରିତ attendance ବାଧ୍ୟତାମୂଳକ, କମ୍ attendance ଥିଲେ ପରୀକ୍ଷା ମାର୍କ୍‌ ପ୍ରଭାବିତ ହୋଇପାରେ।

ଦୀର୍ଘ ସମୟ ଏକେ ବ୍ୟକ୍ତି ଦାୟିତ୍ୱରେ ରହି ବିବାଦ ସୃଷ୍ଟି ନକରନ୍ତୁ ବୋଲି ନିୟମିତ ବ୍ୟବଧାନରେ ବିଭାଗୀୟ ମୁଖ୍ୟ ପରିବର୍ତ୍ତନ ହେବେ।

ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ଧ୍ୟାନ ଦେବା , ଯେଉମାନେ କ୍ଲାସ୍ ଛାଡ଼ୁଛନ୍ତି ସେମାନଙ୍କୁ ଡାକି ବୁଝାଇବା ,ତାଙ୍କ ସମସ୍ୟା ଶୁଣିବା।

ନିୟମିତ କାଉନ୍ସେଲିଂ ଶ୍ରେଣୀ ରଖାଯିବ ଏବଂ ସେଥିରେ ଅଭିଭାବକମାନଙ୍କ ଯୋଗଦାନ ସୁନିଶ୍ଚିତ କରାଯିବ।

LEAVE A REPLY

Please enter your comment!
Please enter your name here