ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇଛି । ଶୁକ୍ରବାର ଫିଲ୍ମର ପୂରା ଟିମ୍ ସହ ବସି ସିନେମା ଦେଖିଛନ୍ତି ମହାମହିମ । ତେବେ ରାଷ୍ଟ୍ରପତି ଭବନରେ କୌଣସି ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବା, ଏହା ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଘଟଣା ।

‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଚଳଚ୍ଚିତ୍ରର ସ୍ବତନ୍ତ୍ର ସୋ’ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନର କଲଚରାଲ୍ ସେଣ୍ଟରରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଫିଲ୍ମ ସହ ଜଡିତ ପୂରା ଟିମ୍ କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପୂରା ଟିମ୍ ଫିଲ୍ମଟିକୁ ଦେଖିଥିଲେ ।
ମହାପ୍ରଭୁଙ୍କ ଏହି ଫିଲ୍ମ ଦେଖି ଭାବ ବିହ୍ଵଳ ହୋଇଥିଲେ ରାଷ୍ଟ୍ରପତି । ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here