ଗତ କିଛି ଦିନ ଧରି କଣ୍ଠଶିଳ୍ପୀ ନେହା ନିଜ ବୟଫ୍ରେଣ୍ଡ ହିମାଂଶଙ୍କ ସହ ସଂପର୍କ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ତାଙ୍କ ବିଷୟରେ ଆଉ ଏକ ଖବର ବଲିଉଡରେ ଚର୍ଚ୍ଚା ହେଉଛି. ବର୍ତ୍ତମାନ ନେହାଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନେହା ରଣବୀରଙ୍କୁ ପ୍ରପୋଜ୍ କରୁଥିବା ଦେଖିବାକୁ ମିଳିଛି. ରଣବୀରଙ୍କୁ ନେହା କହିଛନ୍ତି ଯେ, ‘ମୁଁ ତୁମକୁ ବହୁତ ପସନ୍ଦ କରେ, ମୁଁ ସେମାନଙ୍କ ଭଳି ନୁହେଁ ଯିଏ ତୁମ ସାମ୍ନାରେ ତୁମକୁ ପ୍ରପୋଜ କରିବ. ହେଲେ ଏପରି ଜଣେ ବେୱଫା ଅଛି ଯାହା ପାଇଁ ମୁଁ ଆଜି ଏହା କହିବାକୁ ବାଧ୍ୟ ହେଉଛି’. ତୁମେ ମୋ ସହ ଡ୍ୟାନ୍ସ କରିବାକୁ ପସନ୍ଦ କରିବ ? ତା ପରେ ରଣବୀର ନେହାଙ୍କ ଏହି କଥା ଶୁଣି ତାଙ୍କୁ କୋଳରେ ଉଠାଇ ନେଉଥିବା ନଜର ଆସିଛି. ତେବେ ଏଭଳି ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ମିଳିଥିଲା ରିୟଲିଟି ଶୋ ସା..ରେ..ଗା..ମା..ପା… ଲିଟିଲ ଚାମ୍ପ୍ସରେ. ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି .

 

 

 

LEAVE A REPLY

Please enter your comment!
Please enter your name here