ଏମ୍ସର ବର୍ଣ୍ଣ ୱାର୍ଡରେ ବଳଙ୍ଗା ପୀଡିତାଙ୍କ ଚିକିତ୍ସା ଚାଲିଛି । ଏହାର ମଧ୍ୟରେ ଏମ୍ସ ଆଗରେ ବିଜେପି ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତାଳିମାଳି ବିରୋଧ ପ୍ରଦର୍ଶନ କରିଛି ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ । କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ବିଏନଏସ ଧାରା ୧୬୩ ଅନୁସାରେ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଏବଂ ବିଜେଡି କର୍ମୀ ଓ ନେତାମାନଙ୍କୁ ଉଠାଇ ନେଇଛି । ଏମ୍ସ ଆଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି -ବିଜେପି କର୍ମୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here