ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗତ ଚବିଶ ଘଣ୍ଟା ଭିତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଦୈନିକ ସଂକ୍ରମଣ ବାର ହଜାର ଅତିକ୍ରମ କରିଛି । ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ କରାଯିବା ରେକର୍ଡ ବୋଲି କୁହାଯାଇଛି । ଗତ ଚବିଶ ଘଣ୍ଟା ଭିତରେ ରାଜ୍ୟରେ ମୋଟ 12 ହଜାର 238 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟିନରୁ 6914 ଏବଂ ଲୋକାଲରୁ 5324 ଚିହ୍ନଟ କରାଯାଇଛି । ସେହିପରି ଦିନକ ଭିତରେ 19 ଜଣଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡରୁ ସର୍ବାଧିକ 2073 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ 1828 ଚିହ୍ନଟ କରାଯାଇଛି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ କଟକ 916, ବୌଦ୍ଧ 128, ଦେବଗଡ 60, ଢେଙ୍କାନାଳ 142, ଗଜପତି 91, ଗଞ୍ଜାମ 312, ଜଗତସିଂହପୁର 168, ଯାଜପୁର 318, ଝାରସୁଗୁଡା 380, କଳାହାଣ୍ଡି 580, କନ୍ଧମାଳ 69, କେନ୍ଦ୍ରାପଡା 192, କେନ୍ଦୁଝର 179, କୋରାପୁଟ 130, ମାଲକାନଗିରି 60, ମୟୁରଭଞ୍ଜ 257, ନବରଙ୍ଗପୁର 282, ନୟାଗଡ 194, ନୂଆପଡା 290, ପୁରୀ 369, ରାୟଗଡା 201, ସମ୍ବଲପୁର 544, ସୋନପୁର 159 ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here