ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଦେଲେ ଭାରତୀୟ କ୍ରିକେଟର । ବାତିଲ୍ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍। ଏହି ମ୍ୟାଚକୁ ନେଇ ବିବାଦ ହୋଇଥିଲା। ଚାରି ଜଣ ଭାରତୀୟ କ୍ରିକେଟର ଖେଳିବାକୁ ମନା କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଜେଣ୍ଡସ ଲିଗ୍ ମ୍ୟାଚକୁ ବାତିଲ କରିଦିଆଯାଇଛି । ମ୍ୟାଚ୍ ବାତିଲ ନେଇ ଆୟୋଜକଙ୍କ ପକ୍ଷରୁ ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି ।
ଇଂଲଣ୍ଡରେ ଖେଳାଯାଉଥିବା ୱାର୍ଲଡ ଚମ୍ପିୟନ ଅଫ୍ ଲିଜେଣ୍ଡସ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିଲା ମ୍ୟାଚ୍। ତେବେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ ହର ଭଜନ ସିଂ, ଯୁସୁଫ ପଠାନ, ସୁରେଶ ରାଇନା, ଶିଖର ଧାୱନଙ୍କ ପରି ଭାରତୀୟ ଲିଜେଣ୍ଡସ। ସୋସିଆଲ୍ ମିଡିଆରେ କ୍ରିକେଟର ଶିଖର ଧୱନ ଲେଖିଛନ୍ତି `ମୋ ଦେଶ ମୋ ପାଇଁ ସବୁକିଛି, ଦେଶଠାରୁ ବଳି ଆଉ କିଛି ନାହିଁ । ଆତଙ୍କୀସ୍ତାନ ସହ କୌଣସି କ୍ରୀଡ଼ା ଆୟୋଜନକୁ ବିରୋଧ କରାଯାଉଛି। କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ବେଶ ତିକ୍ତତା ଲାଗି ରହିଥିବା ବେଳେ ଖେଳାଳିଙ୍କ ଏହି ନିଷ୍ପତ୍ତି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି।














