ସୋମବାର ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂହ ଓ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ଏହି ଘୋଷଣାନାମା ଜାରି ହୋଇଛି । ୬ କୋଟି ଲୋକଙ୍କ ମତକୁ ନେଇ ବିଜେପି ଏହି ସଙ୍କଳ୍ପ ପତ୍ର ଘୋଷଣା କରିଛି ବୋଲି କହିଛନ୍ତି ରାଜନାଥ ସିଂ । ବିଜେପିର ସଙ୍କଳ୍ପ ପତ୍ରରେ ରହିଛି,ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ଲାଗିବ । ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ । ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ସାଲିସ କରାଯିବନି ।
ମିଳିତ ଆଲୋଚନାରେ ଶୀଘ୍ର ରାମନ୍ଦିର ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରାଯିବ । ଗ୍ରାମୀଣ ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ । ତତସହିତ କୃଷକଙ୍କୁ ପିଏମ୍ କିଷାନ ନିଧି ସହାୟତା ଚାଲୁ ରହିବ ।ଏବଂ ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ । ଛୋଟ ଚାଷୀଙ୍କୁ ପେନସନ ସୁବିଧା ଦିଆଯିବ । ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ କରାଯିବ । ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ । କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ମଜବୁତ କରାଯିବ । ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେନସ କରାଯିବ । ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯିବ । ସବୁ ଗରିବ ପରିବାରକୁ ମାଗଣା ଏଲପିଜି କନେକ୍ସନ ଦିଆଯିବ । ଦେଶରେ ଆଉ ୭୫ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ୨୦୦ ନୂଆ କେନ୍ଦ୍ର ବିଦ୍ୟାଳୟ ଏବଂ ନବୋଦୟ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ୨୦୨୪ ସୁଦ୍ଧା ଏମବିବିଏସ ଏବଂ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ହେବ ।

LEAVE A REPLY

Please enter your comment!
Please enter your name here