ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ । ଭୁବନେଶ୍ବର ଉପଜିଲ୍ଲାପାଳ ଅଫିସ୍‌ରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ସୌରଭ ତ୍ରିପାଠୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଫାଇଲ୍‌ ପ୍ରୋସେସିଂ ପାଇଁ ୩୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି କରାଯାଇଛି । ଏହି ଚଢ଼ାଉରେ କେତେ ଜଣ ସାମିଲ ଅଛନ୍ତି ଓ କେତେ ସମ୍ପତ୍ତି ଜବତ କରାଯାଇଛି ତାହାର କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here