କମ୍ବୋଡ଼ିଆ-ଥାଇଲାଣ୍ଡ ଉତ୍ତେଜନା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ସୀମାନ୍ତ ଉତ୍ତେଜନା ଅଞ୍ଚଳକୁ ନଯିବାକୁ ଭାରତୀୟଙ୍କୁ ପରାମର୍ଶ ଦେଇଛି ଦୂତାବାସ । ଏହାସହିତ ଜରୁରୀକାଳୀନ ହେଲ୍ପଲାଇନ୍ସ ନମ୍ବର ମଧ୍ୟ ଜାରି ହୋଇଛି । ଯୋଗାଯୋଗ ପାଇଁ ହେଲ୍ପଲାଇନ୍ସ ନଂ- ୮୫୫ ୯୨୮୮୧୬୭୬ରେ କଲ୍ କରିପାରିବେ ଭାରତୀୟ ନାଗରିକ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଯୁଦ୍ଧ ବନ୍ଦ ନକଲେ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ସୀମାରେ ହଜାରେ ବର୍ଷ ପୁରୁଣା ଶିବ ମନ୍ଦିରକୁ ନେଇ ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ତୃତୀୟ ଦିନରେ ପହଞ୍ଚିଛି । ସଂଘର୍ଷରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧରେ କମ୍ବୋଡିଆର ୧୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଆଠ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଗତକାଲି କାମ୍ବୋଡିଆ ମିଳିତ ଜାତିସଂଘକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିବା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀ ବୈଠକ ହୋଇଛି । ତୁରନ୍ତ ଅସ୍ତ୍ରବିରତି ସହ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଛି ଜାତିସଂଘ ।














