ଜମ୍ମୁ କାଶ୍ମୀର ସୀମାନ୍ତରେ ଭାରତୀୟ ସେନାର ହମଲା I ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ I ଭାରତୀୟ ସେନା ଆକ୍ରମଣରେ ଟଳିପଡିଲେ ଦଶରୁ ଅଧିକ ପାକିସ୍ତାନୀ ଯବାନ I ନିହତ ଯବାନଙ୍କ ମଧ୍ୟରେ ଦୁଇ ତିନିଜଣ କମାଣ୍ଡୋ ଥିବା ସୂଚନା ମିଳିଛି I ଭାରତୀୟ ସେନା ମୁଖପାତ୍ର ଟ୍ବିଟ କରି ଦେଇଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ସେନା ଏଲଓସିରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରି ବିଭିନ୍ନ ସେକ୍ଟରରେ ଥିବା ବେସାମରିକ ଅଞ୍ଚଳକୁ ଲକ୍ଷ୍ୟ କରି ମୋର୍ଟାର ଓ ଗୁଳିଗୋଳା ନିକ୍ଷେପ କରିଥିଲା I ଏଥିରେ ବହୁ ସାଧାରଣ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ବିଏସଏଫ ସବଇନସପେକ୍ଟର ମଧ୍ୟ ସହିଦ ହୋଇଛନ୍ତି I ପାକିସ୍ତାନୀ ସେନାଙ୍କ ଏଭଳି ଆକ୍ରମଣର କଡା ଯବାବ ଦେଇଥିଲା ଭାରତୀୟ ସେନା I ପାକିସ୍ତାନର ଏକାଧିକ ବଙ୍କର ଓ ଲଞ୍ଚପ୍ୟାଡକୁ ଧ୍ବଂସ କରିବାକୁ ସମର୍ଥ ହୋଇଥିଲା ଭାରତୀୟ ସେନା I

LEAVE A REPLY

Please enter your comment!
Please enter your name here