ଗତକାଲି ଅପରେସନ୍ ସିନ୍ଦୂରକୁ ନେଇ ପ୍ରତିରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ ବୟାନ ରଖିଥିବା ବେଳେ ଆଜି ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ୍ ସିନ୍ଦୂର ସଫଳତା ବାବଦରେ ବଖାଣିଛନ୍ତି । ଭାରତୀୟ ଯବାନଙ୍କ ପ୍ରଶଂସା କରିବା ସହ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ କେମିତି କଡ଼ା ଜବାବ ଦିଆଯାଇଥିଲା ସେକଥା ବଖାଣିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପାକିସ୍ତାନ କଳ୍ପନାଠାରୁ ବଡ଼ ଦଣ୍ଡ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମ ଆକ୍ରମଣ ପରେ, ଆମେ ସିସିଏସର ଏକ ବୈଠକ ଡାକି ନିଷ୍ପତ୍ତି ନେଇଛୁ ଯେ ଆତଙ୍କବାଦକୁ ଉଚିତ ଜବାବ ଦିଆଯିବା ଆବଶ୍ୟକ ଏବଂ ଏହା ଆମର ଜାତୀୟ ସଂକଳ୍ପ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ମଧ୍ୟ ଆଲୋଚନା ହୋଇଛି ଯେ କେବେ, କେଉଁଠି ଏବଂ କିପରି ଆକ୍ରମଣ କରାଯିବ ସେନେଇ ନିଜେ ନିଷ୍ପତ୍ତି ନେବା ଉଚିତ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସେନା ୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ନେଇଥିଲା । ପାକିସ୍ତାନର ପ୍ରତ୍ୟେକ କୋଣରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରାଯାଇଥିଲା । ଭାରତ ପ୍ରମାଣ କରିଛି ଯେ ପରମାଣୁ ବ୍ଲାକମେଲିଂ କାମ କରିବ ନାହିଁ ଏବଂ ଭାରତ ଏହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ।’ ‘ଭାରତ ସିଧାସଳଖ ପାକିସ୍ତାନର ଛାତିରେ ଆଘାତ କରିଛି । ପାକିସ୍ତାନର ବାୟୁସେନା ଏବଂ ସମ୍ପତ୍ତିକୁ ପ୍ରବଳ କ୍ଷତି ହୋଇଛି କେବଳ ଏତିକି ନୁହେଁ ଆଜି ବି ଅନେକ ବାୟୁସେନା ଘାଟି ICUରେ ଅଛି ।

LEAVE A REPLY

Please enter your comment!
Please enter your name here