ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତା 25 ତରାିଖ ଠାରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଖରାଛୁଟି ହେବ । ତେବେ ଖରାଛୁଟି ପୂର୍ବରୁ ଆସନ୍ତାକାଲି ଠାରୁ ତିନିଦିନ ପାଇଁ ଅର୍ଥାତ 24 ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାରେ ପାଠପଢା ହେବ । ସକାଳ ସାଢେ 6ଟାରୁ ସାଢେ 10ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ସରକାର ଅତ୍ୟଧିକ ଖରାକୁ ନଜରରେ ରଖି ତିନିଦିନ ପାଇଁ ସ୍କୁଲଗୁଡିକୁ ଛୁଟି ରଖିଥିଲେ । ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆସନ୍ତା 22 ତାରିଖ ଠାରୁ ଅପେକ୍ଷାକୃତ କମ୍ ରହିବ । କାଳବୈଶାଖୀ ଜନିତ ବର୍ଷା ଓ ପବନ ଯୋଗୁ ଗ୍ରୀଷ୍ମ ଲହରୀ ପ୍ରଶମିତ ହେବାର ସମ୍ଭାବନା ରହିଛି । ମାତ୍ର 25 ତାରିଖ ପରଠାରୁ ପୁଣି ପୂର୍ବଭଳି ରାଜ୍ୟରେ ତାତିର ପ୍ରକୋପ ବଢିବ ।

LEAVE A REPLY

Please enter your comment!
Please enter your name here