OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବୋର୍ଡ ଅଫିସ୍‌ର ଜଣେ କର୍ମଚାରୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଥିବା ସୂଚନା । କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ବୋର୍ଡ ଅଫିସ୍‌ର କର୍ମଚାରୀଙ୍କୁ ଜେରା କରୁଥିବା ନେଇ ସୂଚନା ରହିଛି । ଏହି ମାମଲାରେ ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ଜଣାପଡିଛି। ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଛି । ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।

LEAVE A REPLY

Please enter your comment!
Please enter your name here