କଟକ ମହାନଗର ନିଗମର ୩୩ତମ ସାଧାରଣ ପରିଷଦ ବୈଠକ ହୋଇଥିଲା । ନୂତନ କମିସନର ଭାବରେ କିରଣଦୀପ କୌର ସାହୋତା ଦାୟିତ୍ଵ ନେବା ପରେ ପ୍ରଥମ କରି କାଉନସିଲ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ଆରମ୍ଭରୁ ହଟ୍ଟଗୋଳ ଦେଖିବା ପାଇଁ ମିଳିଛି । ୱାର୍ଡରେ ମେୟର କପୋରେର୍ଟରଙ୍କୁ କାମ କରାଇ ଦେଉନଥିବା ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ଏବଂ ଶାସକ ଦଳର କର୍ପୋରେଟରମାନେ । ସ୍ଥାନୀୟ କର୍ପୋରେଟରଙ୍କୁ ନ ଜଣାଇ ନୂଆ କମିଶନର ଦାୟିତ୍ବ ନେବା ପରେ ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବାକୁ ବିରୋଧ କରିଛନ୍ତି କିଛି ବିରୋଧୀ ଏବଂ ଶାସକ ଦଳର କର୍ପୋରେଟର। ୱାର୍ଡରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ, ସରକାରୀ କାର୍ଯ୍ୟକ୍ରମରେ କଂଗ୍ରେସ କର୍ପୋରେଟରଙ୍କୁ ଡକା ଯାଉନଥିବା ଅଭିଯୋଗରେ ମେୟରଙ୍କୁ ଘେରିଥିଲେ ପରେ ମେୟର ବୁଝାସୁଝା କରିବାରୁ ଧାରଣାରୁ ଉଠିଥିଲେ। ସେହିପରି ଦୁର୍ନୀତି ପ୍ରସଙ୍ଗରେ ମେୟରଙ୍କୁ ଘେରିଥିଲେ ବିଜେପି କର୍ପୋରେଟର୍। ପୂର୍ବତନ କମିସନର ଚାକିରି ଶେଷ ଦିନରେ ୫୦୦ କୋଟି ଟଙ୍କା ଫାଇଲରେ ଦସ୍ତଖତ ମାରି ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର୍ । ସବୁ ଫାଇଲକୁ ଆଉ ଥରେ ଦେଖାଯାଉ ବୋଲି ଦାବି କରିଥିଲେ ବିଜେପି କର୍ପୋରେଟର୍। ମେୟର ବୁଝାସୁଝା କରିବା ପରେ ବୈଠକ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here