ଚାନ୍ଦବାଲି ଥାନା ଅଧିନ ଭାଟପଡା ପାଞ୍ଚୟତର ଚନ୍ଦନବିନ୍ଧା ଗ୍ରାମରେ ଅଜିତ ଭୋଇ ନାମକ ଜଣେ ଯୁବକ ଛୋଟ ଛୋଟ ପିଲାମାନଙ୍କୁ ଟ୍ୟୁସନ କରନ୍ତି । ଗତକାଲି ସନ୍ଧ୍ୟାରେ ଜୋର ବର୍ଷା ହେଉଥିବାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଛାଡି ଅନ୍ୟ କୌଣସି ପିଲା ଟ୍ୟୁସନ ଆସି ନଥିଲେ । ଏହାର ସୁଯୋଗ ନେଇ ଶିକ୍ଷକ ଜଣକ ଛାତ୍ରୀ ଜଣକୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଅଭିଯୋଗରେ ଘରୋଇ ଶିକ୍ଷକ ଗିରଫ ହୋଇଛନ୍ତି ।
ଏକଥା ଝିଅଟି କାନ୍ଦି କାନ୍ଦି ଯାଇ ନିଜ ମାଆ ପାଖରେ କହିଥିଲା । ଏକଥା ଜାଣିବା ପରେ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୋଲିସ ଅଭିଯୋଗ ପାଇବା ପରେ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଅଜିତ ଭୋଇକୁ ଗିରଫ କରିଥିଲା । ଆଜି ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକକୁ କୋର୍ଟ ଚାଲାଣ କରିଛି ଚାନ୍ଦବାଲି ପୋଲିସ ।

LEAVE A REPLY

Please enter your comment!
Please enter your name here