ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଓଡିଶାର ୧୦ଟି ଜିଲ୍ଲାର ୩୪ଟି ବୁଥରେ ହେଉଛି ସାନି ମତଦାନ । ବୁଥ୍ ରିଗିଂ, ଇଭିଏମ୍‌ରେ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ବୁଥ୍‌ ଗୁଡ଼ିକରେ ସାନି ମତଦାନ ହେଉଛି। ଏହି ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ଭୋଟ୍‌ ଗ୍ରହଣ ହେଉଛି। ବରୀର ୫ଟି, ବିଞ୍ଝାରପୁରର ୨ଟି, ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେଉଛି। ସେହିପରି କଟକର ୫ଟି ବୁଥ୍‌ ମଧ୍ୟରୁ ଆଠଗଡ଼ର ୪ଟି ଏବଂ ବଡ଼ମ୍ବାର ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମାହାଙ୍ଗାର ୪ଟି ଓ ସାଲେପୁରର ଗୋଟିଏ ବୁଥରେ ମଧ୍ୟ ସାନି ଭୋଟ୍‌ ଗ୍ରହଣ ହେଉଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବାରିପଦାର ୪ଟି ଓ ବାଙ୍ଗିରିପୋଷିର ଗୋଟିଏ ବୁଥରେ ସାନି ମତଦାନ ଚାଲିଛି। ପୁରୀର ୩ଟି, ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି, ଭୁବନେଶ୍ୱର, କେନ୍ଦୁଝର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here