ବିଜ୍ଞାନ ଏତେ ଆଗକୁ ବଢ଼ିବା ପରେ ବି କିଛି ଅଞ୍ଚଳରେ ଅନ୍ଧବିଶ୍ୱାସ ଆଜି ମଧ୍ୟ ବଞ୍ଚିଛି। କୋରାପୁଟ ଜିଲ୍ଲାର ଏକ ଆଦିବାସୀ ଗାଁ ପାତ୍ରଗୁଡ଼ାରେ ଦୁଇ ଯୁବକ କେବଳ ଦୁଇଟି କାଉଯୋଡି ଦେଖିଥିଲେ ବୋଲି ମୃତ ଘୋଷିତ ହୋଇଗଲେ। ଗାଁର ପରମ୍ପରା ଅନୁଯାୟୀ ସେମାନଙ୍କୁ ମୃତ ଭାବି ଶବ ଭାବେ ଦାହ କରାଯାଇଛି।
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପ୍ରଚାର କରାଗଲା, ଆଉ ତାଙ୍କୁ ଦିନକ ପାଇଁ ୨ ଜଣଙ୍କୁ ଘରୁ ବାସନ୍ଦ କରାଗଲା । ଏହାପରେ ଘରେ ଆରମ୍ଭ ହୋଇଯାଇଥିଲା କାନ୍ଦବୋବାଳି। ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।













