ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ଏବଂ ଦାୟିତ୍ୱହୀନତା ପ୍ରଦର୍ଶନ ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନସ୍ଥ ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ଶାହଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅଞ୍ଚଳରେ ବିଭିନ୍ନ ମାମଲାର ତଦନ୍ତ ପ୍ରକ୍ରିୟାରେ ଶିଥିଳତା, ଅଭିଯୋଗକାରୀଙ୍କ ସମସ୍ୟା ପ୍ରତି ଉଦାସୀନତା ଏବଂ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକୁ ଠିକ ଭାବେ ପାଳନ ନ କରିବା ଭଳି ଗୁରୁତର ଅଭିଯୋଗ ଆଇଆଇସି ଗୟାନନ୍ଦ ଶାହଙ୍କ ବିରୋଧରେ ରହିଥିଲା। ଏନେଇ ବିଭାଗୀୟ ସ୍ତରରେ ତଦନ୍ତ କରାଯିବା ପରେ ତାଙ୍କ କାର୍ଯ୍ୟକଳାପରେ ତ୍ରୁଟି ଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ ଡିଜି ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବନ ଆଦେଶ ଅନୁଯାୟୀ, ନିଲମ୍ବିତ ଅବଧି ମଧ୍ୟରେ ଗୟାନନ୍ଦ ଶାହ ରାଜ୍ୟ ପୋଲିସ ମୁଖ୍ୟାଳୟ (କଟକ) କିମ୍ବା ନିର୍ଦ୍ଧାରିତ ହେଡକ୍ବାର୍ଟର୍ସରେ ଉପସ୍ଥିତ ରହିବେ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here