ତେବେ ଋଷ୍‌ ଓ ଆମେରିକା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନଙ୍କୁ କଡ଼ା ଜବାବ ଦେବା ପରେ ଟ୍ରମ୍ପ ଅତ୍ୟନ୍ତ ଚିଡ଼ିଯାଇଛନ୍ତି । ଋଷର ଏଭଳି ବିପଦପୂର୍ଣ୍ଣ ଧମକ ଦେଖି ଟ୍ରମ୍ପ ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହା ପରେ ଟ୍ରମ୍ପ ଦୁଇଟି ନ୍ୟୁକ୍ଲିଅର୍ ସବମରିନ୍, ଋଷ୍‌ ନିକଟ ସମୁଦ୍ରରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଋଷ୍‌ ଫେଡେରେସନ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭଙ୍କ ଅତ୍ୟନ୍ତ ଉତ୍ତେଜକ ବୟାନକୁ ଆଧାର କରି, ମୁଁ ଦୁଇଟି ନ୍ୟୁକ୍ଲିଅର୍ ସବମରିନକୁ ଉପଯୁକ୍ତ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛି। ଯାହା ଫଳରେ ଏହି ମୂର୍ଖତାପୂର୍ଣ୍ଣ ଓ ଉତ୍ତେଜକ ବୟାନ ଅଧିକ ନହେଉ।
ଅନ୍ୟପଟେ ଟ୍ରମ୍ପ ନିଜ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ‘ଭାରତ-ଋଷ୍ ସହିତ କ’ଣ କରୁଛି, ମୁଁ ସେସବୁକୁ ଖାତିର କରୁ ନାହିଁ । ସେମାନେ ମିଳିତ ଭାବେ ନିଜର ‘ମୃତ ଅର୍ଥନୀତି’କୁ ଆହୁରି ତଳକୁ ନେଇଯିବେ । ସୂଚନା ଅନୁସାରେ ଋଷର ଯେଉଁ ସବୁ ସବମରିନ୍‌ ରହିଛି ସେଥିରେ ବିଶ୍ୱର ସବୁଠାରୁ ପାଓ୍ୱାରଫୁଲ୍ ମିସାଇଲ ଖଞ୍ଜାଯାଇଛି । ତାହା ଦୀର୍ଘ ଦୂରତାରୁ ମଧ୍ୟ ଲକ୍ଷ୍ୟ ଭେଦ କରି ଧ୍ୱସ୍ତ ବିଧ୍ୱସ୍ତ କରିବାର କ୍ଷମତା ରଖୁଛି । ଋଷ ମଧ୍ୟ ନିଜ ସବ୍‌ମରିନ୍‌ ଆମେରିକା ଉପକୂଳରେ ପହଞ୍ଚାଇ ସାରିଥିବା ଜଣାପଡ଼ିଛି । ଏବେ ସାଧାରଣ ଲୋକେ କହିଲେଣି ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ସର୍ବନାଶ ହେବ । କାରଣ ଏହି ଦୁଇ ଦେଶ କେହି କାହାରିଠାରୁ କମ୍‌ ନୁହଁନ୍ତି । ଉଭୟଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଉଭୟଙ୍କ ପାଖରେ ସୈନ୍ୟ ବଳ ମଧ୍ୟ ଯଥେଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here