ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ଆତଙ୍କ। ଫେଲ୍ ମାରିଛି ଦମନ ଅଭିଯାନ। ଲଗାତାର ତୃତୀୟ ବର୍ଷ ପାଇଁ ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଏକ ହୋଇଛି ଓଡ଼ିଶା । କିନ୍ତୁ ଏବେ ମ୍ୟାଲେରିଆ ଦମନ ଯୋଜନା ଫେଲ ମାରିଛି । ସଂକ୍ରମଣ କମିବା ପରିବର୍ତ୍ତେ ଉପରମୁହାଁ । ଅନୁଗୁଳ ଜିଲ୍ଲା ବଅଁରପାଳରେ ମଶା ଯୋଗୁଁ ଅତିଷ୍ଠ ହେଲେଣି ଲୋକେ । ବସଷ୍ଟାଣ୍ଡ ଓ ପାର୍ଶ୍ଵବର୍ତ୍ତି ଗାଁ ଗୁଡିକରେ ଡ୍ରେନେଜ ସୁବିଧା ନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଛି । ଲୋକ ମାନେ ବି ଅଳିଆ ଆବର୍ଜନା ମଧ୍ୟ ପକାଇ ଗଦା କରୁଛନ୍ତି। ଯାହା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମଶାମାଛି ବୃଦ୍ଧି ପାଇବା ଏହାର ମୁଖ୍ୟ କାରଣ । ଚଳିତ ବର୍ଷ ବଅଁରପାଳ ବ୍ଲକରେ ୧୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଅନୁଗୁଳ ନୁହେଁ, ରାୟଗଡ଼ା ଓ ବାଲିଗୁଡ଼ାରେ ବି ସ୍ଥିତି ସଂଗିନ। ଦେଶରେ ସର୍ବାଧିକ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି। ଏନଭିବିଡିସିପି ରିପୋର୍ଟ ଅନୁସାରେ, ମେ’ ସୁଦ୍ଧା ଦେଶରେ ୬୪ ହଜାର ୨୪୫ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ,ଓଡ଼ିଶାରୁ ୨୪ ହଜାର ୪୭୨ଜଣ ରୋଗୀ ,ଯାହାକି ଦେଶରେ ସର୍ବାଧିକ ।














