ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଆଜି ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେଡ୍ ଚାଲିଛି । ଏହି ମାମଲାରେ ଦିଲ୍ଲୀରୁ ଏବେ ସୁଦ୍ଧା ୩୨ ଲୋକଙ୍କୁ ଗିରଫ କରାଯାଇଛି । ଆସାମ, କର୍ଣ୍ଣାଟକ, ମହାରାଷ୍ଟ୍ର , ଦିଲ୍ଲୀ ସମେତ କିଛି ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର କାର୍ଯ୍ୟକର୍ତ୍ତାଙ୍କ ଘରେ ପୋଲିସ ରେଡ କରିଛି । ଏହି ମାମଲାରେ ସମୂଦାୟ ୨୪୭ ଲୋକଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ଉତ୍ତର ପ୍ରଦେଶରୁ ୪୪, କର୍ଣ୍ଣାଟକରୁ ୭୨, ଆସାମରୁ ୨୦, ମହାରାଷ୍ଟ୍ରରୁ ୪୩, ଗୁଜରାଟରୁ- ୧୫, ମଧ୍ୟପ୍ରଦେଶରୁ ୨୧ ଲୋକଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ଗତ ସେପ୍ଟେମ୍ବର ୨୨ ତାରିଖରେ ମଧ୍ୟ ଦେଶବ୍ୟାପୀ ଚଢାଉ କରାଯାଇଥିଲା । ଆତଙ୍କୀ କାର‌୍ୟ୍ୟକଳାପ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୨ ଶହରୁ ଅଧିକଙ୍କୁ ଗିରଫ କରାଗଲାଣି ।
ବର୍ତ୍ତମାନ ତଦନ୍ତ ଏଜେନ୍ସିଙ୍କ ରାଡାର୍‌ରେ ରହିଛି ପିଏଫ୍‌ଆଇ। ଏନ୍‌ଆଇଏ ଏବଂ ଇଡି ଅତୀତରେ PFIର ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲେ। ବର୍ତ୍ତମାନ PFI ଉପରେ ବ୍ୟାନ୍‌ର ଖଣ୍ଡା ଝୁଲୁଛି। ସେପ୍ଟେମ୍ବର ୨୨ରେ, ଏନଆଇଏ, ଇଡି ଏବଂ ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି PFI ସହ ଜଡିତ ୧୦୬ଜଣଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ, NIA PFI ସହିତ ଜଡିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେପ୍ଟେମ୍ବର 22 ରେ, ସାରା ଦେଶରେ PFI ବିରୋଧରେ କାର୍ଯ୍ୟାନୁଷ୍ଠାନରେ, NIA UAPA ଅଧୀନରେ ୫ଟି FIR ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here