ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷା ବିଭାଗ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବିତ କରିଛି । ସେ କଳାହାଣ୍ଡି ସଦର ବ୍ଲକ୍ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି । ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପ୍ରଶାନ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ସହିତ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତ ହେଲେ ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ବର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । ସେହିପରି ଗତ ରବିବାର କ୍ରାଇମବ୍ରାଞ୍ଚ କଳାହାଣ୍ଡି ଭେଜିପଦାର ହାଇସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here