ଶେଷରେ ଗର୍ଭବତୀ ମହିଳା କର୍ମଚାରୀଙ୍କ ପାଇଁ ବିବାଦୀୟ ନିୟମାବଳୀକୁ ପ୍ରତ୍ୟାହାର କରି ନେଇଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ । କାର୍ଯ୍ୟରେ ଯୋଗଦେବା ପରଠାରୁ ତିନିମାସ ଗର୍ଭବତୀ ଥିବା ମହିଳା କର୍ମଚାରୀମାନଙ୍କୁ ସାମୟିକ ଭାବେ ଅଯୋଗ୍ୟ ଘୋଷଣା କରିଥିଲା ଏସବିଆଇ । ତେବେ ଏସବିଆଇର ଏହି ନିୟମକୁ ନେଇ ଦିଲ୍ଲୀ ମହିଳା କମିଶନ ନୋଟିସ ପଠାଇବା ସହ ଏହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ପାତରଅନ୍ତର ବୋଲି କହିଥିଲେ । ଏହା ମହିଳାଙ୍କ ପ୍ରତି ଅନ୍ୟାୟ ବୋଲି ଦିଲ୍ଲୀ ମହିଳା କମିଶନ ଟ୍ବିଟ କରିବା ପରେ ଦେଶବ୍ୟାପୀ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶେଷରେ ଏସବିଆଇ କର୍ତ୍ତପକ୍ଷ ଏହି ବିବାଦୀୟ ସର୍କୁଲାରକୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here