କେନ୍ଦ୍ରାପଡ଼ା ବଡପଡା ପଞ୍ଚାୟତ କାଠିଆପଡା ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇଦେଲେ ଯୁବତୀ । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଛାତ୍ରୀଙ୍କ ବାପା କହିଛନ୍ତି, ‘ମୋ ଝିଅ ସହ ସେ ପିଲାର ବ୍ରେକଅପ୍ ହୋଇଥିଲା । ବ୍ରେକଅପ୍ ପରେ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଛାଡ଼ୁଥିଲା ପ୍ରେମିକ । ମୋ ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା । ଥାନାରେ ବାରମ୍ବାର ଅଭିଯୋଗ ମଧ୍ୟ ମୁଁ କରିଛି । କୌଣସି ଥାନା ବାଲା ଆମ ଅଭିଯୋଗକୁ ଗୁରୁତ୍ୱ ଦେଲେ ନାହିଁ । କେହି କିଛି ପଦକ୍ଷେପ ନେଲେନି । ତେଣୁ ମୋ ଝିଅ ନିଜକୁ ଜାଳିଦେଲା’।
କୋହଭରା କଣ୍ଠରେ ଏଭଳି କହିଛନ୍ତି ଛାତ୍ରୀଙ୍କ ବାପା । ଯାହାକି ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ମହଲରୁ ପୋଲିସକୁ ନିନ୍ଦା କରାଯାଇଛି । କାହିଁକି ପୋଲିସ ଏଭଳି ଅଭିଯୋଗକୁ ହାଲୁକା ଭାବେ ନେଲା ସେନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ଉଠିଛି ।














