ବ୍ୟାନ ହେବ ଇ-ସିଗାରେଟ୍ | ଇ ସିଗାରେଟ ବ୍ୟାନ କରିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | ଇ-ସିଗାରେଟ୍ ର ଆମଦାନୀ, ରପ୍ତାନୀ, ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ | ଅଧ୍ୟାଦେଶ ଆଣି ଏହାକୁ କାର୍ଯ୍ୟକାରୀ କରାଯ଼ିବ | ତେବେ ବ୍ୟାନ ହେବାକୁ ଯ଼ାଉଥିବା ଏହି ଇ ସିଗାରେଟ କଣ | ଇ-ସିଗାରେଟ୍ ବା ଇଲେକ୍ଟ୍ରୋନିକ୍ସ ସିଗାରେଟ ହେଉଛି ଏକ ଡିଭାଇସ, ଯ଼ାହା ବ୍ୟାଟେରୀ ଦ୍ବାରା ଚାଲେ | ବ୍ୟାଟେରୀ ଚାଲିଲେ ଡିଭାଇସ ଭିତରେ ଥିବା ତରଳ ପଦାର୍ଥ ଉତ୍ତପ୍ତ ହୋଇ ଧୂଆଁରେ ପରିଣତ ହୁଏ ଏବଂ ଏହାକୁ ସହଜରେ ଧୂମପାନ କରୁଥିବା ବ୍ୟକ୍ତି ପାଟିବାଟେ ନେଇଥାନ୍ତି ଓ ଛାଡିଥାନ୍ତି | ଏହା ଭିତରେ ବହୁଳମାତ୍ରାରେ ନିକୋଟିନ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ | ପ୍ରଥମେ ଏହାକୁ ଷ୍ଟାଇଲ ଭାବେ ବ୍ୟବହାର କରାଯ଼ାଉଥିଲା | ପ୍ରାୟ ୪୦୦ କମ୍ପାନୀ ୧୫୦ ଫ୍ଲେଭୋରରେ ଇ ସିଗାରେଟ ପ୍ରସ୍ତୁତ କରୁଛନ୍ତି | ତେବେ ଇ ସିଗାରେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଅଧିକ ଯ଼ୁବବର୍ଗ ଓ କମବୟସର ପିଲା ଅଛନ୍ତି | କ୍ୟାବିନେଟ ଅନୁମୋଦନ କରିଥିବା ନିୟମ ଅନୁଯ଼ାୟୀ, ପ୍ରଥମ ଥର ନିୟମ ଉଲଂଘନ କଲେ ୧ ଲକ୍ଷ ଟଙ୍କାର ଜୋରିମାନା ସହ ୧ ବର୍ଷ ପାଇଁ ଜେଲ ଦଣ୍ଡର ବ୍ୟବସ୍ଥା କରାଯ଼ାଇଥିବା ବେଳେ ଦ୍ବିତୀୟ ଥର ନିୟମ ଉଲଂଘନ କଲେ ୩ ବର୍ଷର ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ | ପ୍ରତିବର୍ଷ ଦେଶରେ ୯ ଲକ୍ଷ ଲୋକ ଧୁମପାନ ସେବନ କରି ମୃତ୍ୟୁ ବରଣ କରୁଛନ୍ତି | ଭାରତରେ ୧୦ କୋଟି ଲୋକ ଧୁମ ପାନ କରୁଛନ୍ତି | ଧୁମପାନ କରିବାରେ ଚାଇନା ପରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି | ପୂର୍ବରୁ ଇ-ସିଗାରେଟ୍ ଉପରେ ନ୍ୟୁୟର୍କ ଓ ମିଚିଗାନ ବ୍ୟାନ ଲଗାଇଛନ୍ତି |

LEAVE A REPLY

Please enter your comment!
Please enter your name here