ନଦୀ ଯେବେ ରୂଷେ, ତା’ର ପ୍ରକୋପରେ ମାନବ ଜୀବନ ଦୁର୍ବିଷହ ହୋଇପଡ଼େ । ସେହି ଦୃଶ୍ୟ ଏବେ ପ୍ରୟାଗରାଜରେ ଦେଖାଯାଉଛି । ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଜଳର ସମାଧି, ବୁଡ଼ିଛି ରାସ୍ତା, ବଜାର, ସ୍କୁଲ-କଲେଜ, ମନ୍ଦିର-ମସଜିଦ୍ । ବଡ଼ ବଡ଼ ଘର ମଧ୍ୟ ଜଳମଗ୍ନ ।
ଜାତୀୟ ମାଧ୍ୟମର ଖବର ଅନୁସାରେ, ପ୍ରୟାଗରାଜରେ ବନ୍ୟାର ପ୍ରକୋପ ଭୟାବହ ଆକାର ନେଇଛି । ପ୍ରାୟ 70 ହଜାର ଲୋକ ବାସହୀନ, 2 ହଜାରରୁ ଅଧିକ ଘର ଭାଙ୍ଗିବା ସହ ଗୁରୁତର କ୍ଷତି, ଏବଂ ପ୍ରାୟ 5 ଲକ୍ଷ ଲୋକ ବନ୍ୟା ରେ ପ୍ରଭାବିତ । ଅନେକେ ଜଳବନ୍ଦୀ ଅବସ୍ଥାରେ, କେହି ଆବଶ୍ୟକୀୟ ଖାଦ୍ୟ-ପାନୀୟରୁ ବଞ୍ଚିତ ।
କୃଷି ବିଭାଗର ରିପୋର୍ଟ ଅନୁଯାୟୀ, 2 ହଜାର ହେକ୍ଟର ଜମିର ଧାନ ଓ ପରିବା ଚାଷ ବିନାଶ, 290 ଗାଁ ଏବଂ 60ରୁ ଅଧିକ ସହର ବନ୍ୟାରେ ପ୍ରଭାବିତ ।
ଉଦ୍ଧାର କାର୍ଯ୍ୟରେ 330ଟି ବୋଟ୍, 29ଟି ମୋଟର ବୋଟ୍ ନିୟୋଜନ; 68ଟି ଗାଁ ଏବେବି ବିଚ୍ଛିନ୍ନ; 200ଟି ରାସ୍ତା ଓ କିଛି ବ୍ରିଜ ଭାଙ୍ଗିପଡ଼ିଛି । ।














