ଆୟର୍ଲାଣ୍ଡରେ ଭାରତୀୟଙ୍କୁ ଲକ୍ଷ କରି ଆକ୍ରମଣର ଘଟଣା ବୃଦ୍ଧି ପାଇଛି। ମାତ୍ର ୭ ଦିନରେ ୩ଟି ବଡ଼ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସେଥିରୁ ଗୋଟିଏ ଘଟଣା ଡବଲିନରେ ଘଟିଛି, ଯେଉଁଠାରେ ଜଣେ ଭାରତୀୟ ଯୁବକଙ୍କୁ ଅଜଣା ଦୁର୍ବୃତ୍ତମାନେ ନିର୍ମମ ଭାବେ ପିଟିଥିଲେ। ସେମାନଙ୍କ ଆକ୍ରମଣରେ ଯୁବକଙ୍କ ମୁଣ୍ଡ, ମୁହଁ ଓ ହାତରେ ଗୁରୁତର ଚୋଟ ଲାଗିଛି।
ଏହି ଯୁବକ ୩ ସପ୍ତାହ ପୂର୍ବରୁ ଚାକିରି ପାଇଁ ଡବଲିନକୁ ଆସିଥିଲେ। ସୋସିଆଲ ମିଡିଆରେ ଘଟଣା ପୋଷ୍ଟ କରି ସେ ଭାରତୀୟ ଦୂତାବାସଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି।
ନିକଟରେ, ୱାଟରଫୋର୍ଡରେ ୬ ବର୍ଷର ଭାରତୀୟ କନ୍ୟାଙ୍କୁ ମଧ୍ୟ ଘର ବାହାରେ କିଛି ପୁଅମାନେ ଜାତିଗତ ଅପମାନ କରିବା ପରେ ଆକ୍ରମଣ କରିଥିଲେ।ଏହି ଘଟଣା ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି କରିଛି। ଆକ୍ରମଣକାରୀମାନେ “ଡାର୍ଟି ଇଣ୍ଡିଆନ” ଏବଂ “ଭାରତକୁ ଫେରିଯାଅ” ବୋଲି ଗାଳି ଦେଇ, ଯୁବକଙ୍କୁ ସମ୍ବେଦନଶୀଳ ଅଙ୍ଗରେ ମାଡ଼ ମାରିଥିଲେ। ଏହା ପୂର୍ବରୁ, ଡବଲିନରେ ଟ୍ୟାକ୍ସି ଚାଳକ ଥିବା ଜଣେ ଭାରତୀୟଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା ଏବଂ ସେଥିରେ ମଧ୍ୟ “ଭାରତକୁ ଫେର” ବୋଲି କୁହାଯାଇଥିଲା। ଏହି ପ୍ରକାର ଘଟଣାବଳୀ ପ୍ରଶ୍ନ ଉଠାଉଛି—କାହିଁକି ଆୟର୍ଲାଣ୍ଡରେ ଭାରତୀୟଙ୍କୁ ଲକ୍ଷ କରି ଆକ୍ରମଣ ବଢ଼ୁଛି ?

LEAVE A REPLY

Please enter your comment!
Please enter your name here