ଚନ୍ଦ୍ରପୃଷ୍ଠରେ ଗାତ ବାରିଦେଲା ପ୍ରଜ୍ଞାନ ରୋଭର୍ । ପ୍ରଜ୍ଞାନ ରୋଭର ସାମନାରେ ଏକ ଚାରି ମିଟରର ଗର୍ତ୍ତ ପଡିଥିଲା । ମାତ୍ର ସାମନାରେ ଗର୍ତ୍ତ ଥିବା ଜାଣି ସେ ତାର ଗତିପଥ ବଦଳାଇ ଦେଇଥିଲା । ଫଳରେ ପ୍ରଜ୍ଞାନ ରୋଭର୍ ଏକ ବଡ ଗର୍ତ୍ତ ମଧ୍ୟକୁ ଖସି ପଡିବାରୁ ବର୍ତ୍ତି ଯାଇଥିଲା । ସାମନାରେ ଗର୍ତ୍ତ ଦେଖି ପ୍ରଜ୍ଞାନ ତାର ଗତିପଥ ପରିବର୍ତ୍ତନ କରିଥିବାରୁ ପ୍ରଜ୍ଞାନ ରୋଭର୍ ଠିକ୍ କାର୍ଯ୍ୟ କରୁଛି ବୋଲି ଇସ୍ରୋ କହିଛି । ସୌର ଶକ୍ତି ଚାଳିତ ଛ ଚକା ବିଶିଷ୍ଟ ପ୍ରଜ୍ଞାନ ରୋଭର୍ ଏପର୍ଯ୍ୟନ୍ତ ଠିକଠାକ୍ କାର୍ଯ୍ୟ କରୁଛି ଏବଂ ତା ହାତରେ ଆଉ 10 ଦିନ ବାକି ରହିଛି । ଚନ୍ଦ୍ରପୃଷ୍ଠରୁ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବାରେ ପ୍ରଜ୍ଞାନ ରୋଭର୍ ସଫଳ ହେଉଛି ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here