ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ । ଗତକାଲି ଠାରୁ ସମ୍ ଅଲଟିମେଟ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବିଜେଡିର କୌଣସି ନେତାଙ୍କୁ ଭେଟିବାକୁ ଦେଉନାହାଁନ୍ତି ପାଣ୍ଡିଆନ ଦମ୍ପତ୍ତି । ନବୀନଙ୍କୁ ଦେଖଆ କରିବାକୁ ହସପିଟାଲରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତାମାନେ । ଏପରିକି ନବୀନଙ୍କୁ ଦେଖା କରିବାକୁ ନେଇ ପାଣ୍ଡିଆନ ଓ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିବା ଜଣାପଡିଛି । ନବୀନଙ୍କର କଣ ହୋଇଛି, ତାକୁ ନେଇ ଦଳୀୟ ନେତାମାନେ ସନ୍ଦେହ ଘେରରେ ରହିଛନ୍ତି । ହସପିଟାଲ ପକ୍ଷରୁ ତାଙ୍କର ଡିହାଇଡ୍ରେସନ ହୋଇଥିବା ବୋଲି କୁହାଯାଉଛି । ଗତକାଲି ନବୀନ କାହାକୁ ଚିହ୍ନିପାରୁ ନ ଥିବା ବେଳେ ଆଜି ଚିହ୍ନିପାରୁଛନ୍ତି ବୋଲି କୁହାଯାଇଛି । ମାତ୍ର ନବୀନଙ୍କ ପାଖକୁ ପାଣ୍ଡିଆନ ଦମ୍ପତ୍ତି ଯାଇ ପାରୁଥିବା ବେଳେ ବିଜେଡି ନେତାମାନେ କାହିଁକି ଭେଟି ପାରୁନାହାଁନ୍ତି, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।













