ପିପିଲି ଉପନିର୍ବାଚନରେ କଂଗ୍ରେସ ଯେତିକି ଆଗକୁ ଯାଉଛି, ସେତିକି ପଛକୁ ଫେରୁଛି । ଗତଥର 2019 ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ବି ଦ୍ବିତୀୟ ସ୍ଥାନକୁ ଆସିବା କଷ୍ଟକର ହୋଇପଡିବ । ପ୍ରଥମରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି । ଲାଗୁଛି, ଭାଗ୍ୟ ତାଙ୍କ ସାଥ୍ ଦେଉନି । ପ୍ରଚାର ଆରମ୍ଭରୁ ମଙ୍ଗରାଜଙ୍କ ଦେହ ଖରାପ ହୋଇଗଲା ଯେ, ପ୍ରଚାର କାର୍ଯ୍ୟ ବାଧାପ୍ରାପ୍ତ ହେଲା । ଟିକେ ସୁସ୍ଥ ହୋଇ ପୁଣି ମଇଦାନକୁ ବାହାରିବା ବେଳକୁ ପୁଣି କରୋନାରେ ଆକ୍ରାନ୍ତ ହେଲେଣି । ସେପଟେ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଟିର ସାମନ୍ତରାୟଙ୍କ ପୁଅ ଓ ଭାଇ ବିଜେଡି ସହ ହାତ ମିଳେଇଲେଣି । ଏଭଳି ସ୍ଥିତିରେ କଂଗ୍ରେସର ସ୍ଥିତି ସୁଧୁରିବା ପରିବର୍ତ୍ତେ ପୁରାପୁରି ବିଗିଡିବାରେ ଲାଗିଛି । ବିଜେଡି ଓ ବିଜେପି ସାଙ୍ଗେ ଟକ୍କର ଦେବା ପୂର୍ବରୁ ପରିସ୍ଥିତି କଂଗ୍ରେସକର୍ମୀଙ୍କୁ ନିରାଶ କରିଛି ।

LEAVE A REPLY

Please enter your comment!
Please enter your name here