ବାଲେଶ୍ବର ଏଫଏମ୍ କଲେଜ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଅଭିଯୁକ୍ତ ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତିନିଦିନିଆ ରିମାଣ୍ଡ ଆବେଦନର ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଘଟଣାର ଅଧୂକ ତଦନ୍ଧ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ
ଫକୀର ମୋହନ ଛାତ୍ରୀ ଆତ୍ମହୁତି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏଚଓଡି ସମୀର କୁମାର ସାହୁ । ଗତ ଜୁଲାଇ ୧୨ ତାରିଖ ଘଟଣା ଦିନ ସମୀରଙ୍କୁ କଲେଜ ପରିସରରରୁ ଗିରଫ କରିଥିଲା ସହଦେବଖୁଣ୍ଟା ପୋଲିସ । ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ ।ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କୁ ଏଚଓଡି ଜଣଙ୍କ ୬ମାସ ଧରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଥରେ କି ଦି ଥର ନୁହେଁ ଛାତ୍ରୀ ଜଣକ ବାରମ୍ବାର ନିର୍ଯାତନା ଦେଉଥୂବା ପ୍ରତିବାଦ କରି ନ୍ୟାୟ ଦାବି କରୁଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ନ ଶୁଣିବାରୁ ଶେଷରେ ଆତ୍ମହୁତି ଦେଇଥିଲେ।














