କିସ୍ତୱାଡ଼ା ପରେ ଏବେ କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷାର ଭୟାନକ ରୂପ। ବଗର୍ଡ ଓ ଛଙ୍ଗଡା ଗାଁରେ ମାଟି ଧସି ୭ ଜଣଙ୍କ ମୃତ୍ୟୁ ଓ ୬ ଜଣ ଆହତ ହୋଇଛନ୍ତି। ରାଜବାଗ ଅଞ୍ଚଳର ଜୋଡ଼ଘାଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି। SDRF ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କାଠୁଆ SSP ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେପଟେ, କିସ୍ତୱାଡ଼ାରେ ପ୍ରଳୟର ୪ ଦିନ ପରେ ମଧ୍ୟ ରେସ୍କ୍ୟୁ ଅପରେସନ୍ ଜୋରଦାର ଚାଲିଛି। ମାଟି ଓ ପଥର ତଳୁ ୬୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଛି, କିନ୍ତୁ ଶତାଧିକ ଲୋକ ଏବେବି ନିଖୋଜ। ସେନା, NDRF, SDRF, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ ।








