ଏପଟେ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା ଚାଲିଥିବା ବେଳେ ସେପଟେ ଆକ୍ରମଣ । ଆମେରିକାରେ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ ଶେଷ ହେବା ପରେ ୟୁକ୍ରେନରେ ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବୈଠକ ଶେଷ ହେବାର କିଛି ଘଣ୍ଟା ପରେ ୟୁକ୍ରେନରେ ଋଷ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣରେ କ୍ରେମେନଚୁକ ସହରରେ ବଡ଼ ବିସ୍ଫୋରଣ ହୋଇଥିଲା । ବହୁ ବାଲାଷ୍ଟିକ ମିସାଇଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ୟୁକ୍ରେନର ବାୟୁସେନା କହିଛି, ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଶକ୍ତି ଭିତ୍ତିଭୂମି ଥିଲା । ଖାରକିଭ ଓ ଜାପୋରିଝିଆରେ ମଧ୍ୟ ଆକ୍ରମଣ ହେଇଛି । ଅନେକ ଲୋକ ଆହାତ ହୋଇଛନ୍ତି । ଏହାକୁ ଋଷର ପ୍ରଦର୍ଶନମୂଳକ ଓ ନିନ୍ଦନୀୟ ଆକ୍ରମଣ ବୋଲି ଜେଲେନସ୍କି କହିବା ସହ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here