ଏସିଆ କପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ଘୋଷଣା ହୋଇଛି। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ଭେଟି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି। ଏହି ଦଳରେ ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଛି। ସେଥିପାଇଁ ପେସ୍ ବୋଲିଂରେ ଯଶପ୍ରିତ ବୁମରାହଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି ଶ୍ରେୟାସ ଆୟର ଆଉ ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଅଭିଷେକ ଶର୍ମାଙ୍କୁ ଦଳରେ ସୁଯୋଗ ମିଳିଥିବାରୁ ସେ ଶୁବମନ ଗିଲଙ୍କ ସହ ଓପନିଂ ଦାୟିତ୍ୱ ସମ୍ଭାଳି ପାରନ୍ତି । ସେହିପରି ଓ୍ବିକେଟ କିପର ଭାବେ ଜିତେଶ ଶର୍ମା ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି ।
ଏସିଆ କପ୍ ପାଇଁ ଭାରତୀୟ ଦଳ :
ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ , ହର୍ଷିତ ରାଣା, ରିଙ୍କୁ ସିଂ, ଯଶପ୍ରିତ ବୁମରାହ

LEAVE A REPLY

Please enter your comment!
Please enter your name here