ଉପରାଷ୍ଟ୍ରପତି ପଦ ପାଇଁ ଗୁରୁବାର ଇଣ୍ଡି ସମର୍ଥିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଛନ୍ତି । ଇଣ୍ଡି ମେଣ୍ଟର ତମାମ ନେତୃବୃନ୍ଦଙ୍କ ଉପସ୍ଥିତିରେ ସୁଦର୍ଶନ ରେଡ୍ଡୀ ସଂସଦ ଭବନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ, ଡିଏମକ ସାଂସଦ ତିରୁଚି ଶିବା,ସଞ୍ଜୟ ରାଉତ ଏବଂ ଅନ୍ୟ ବରିଷ୍ଠ ନେତୃଗଣ ମଧ୍ୟ ଉପସ୍ଥିତ ଥିଲେ ।














