କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି. ବୀରେନ୍ଦ୍ରଙ୍କୁ ଗିରଫ କରିଛି ଇଡି । ଗତ ଦୁଇଦିନ ଧରି ଇଡି ରେଡ୍ କରିବା ବେଳେ ତାଙ୍କ ଘରୁ ନଗଦ 12 କୋଟି ଟଙ୍କା ଜବତ କରିଛି । ଏହି ଟଙ୍କା ମଧ୍ୟରେ ଏକକୋଟି ବିଦେଶୀ ଟଙ୍କା ରହିଛି । ଏହା ବ୍ୟତୀତ ତାଙ୍କ ପାଖରୁ ଚାରୋଟି ଦାମୀ ଗାଡି, ଦଶକେଜି ରୂପା, 6 କୋଟି ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ତେବେ ଜବତ 12 କୋଟି ଟଙ୍କା ମଧ୍ୟରୁ 6 କୋଟି ଟଙ୍କା ସେ ବେଆଇନ ଅନଲାଇନ ବେଟିଂରୁ ରୋଜଗାର କରିଥିବା ଇଡି ସୂଚନା ଦେଇଛି । ଇଡି ଦେଇଥିବା ସୂଚନା ଅନୁଯାୟୀ, ବୀରେନ୍ଦ୍ର ଏଠାରେ ରହୁଥିବା ବେଳେ ତାଙ୍କ ସହଯୋଗୀମାନେ ଦୁୂବାଇରେ ରହି ଏହି ଅନଲାଇନ ଗେମ୍ ନେଟଓ୍ବର୍କ ଚଳାଇଥିଲେ । ଇଡି ବିଧାୟକ ବୀରେନ୍ଦ୍ରଙ୍କୁ ସିକିମରୁ ଗିରଫ କରିବା ପରେ ଗାଙ୍ଗଟକ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଛି ।














