ଭୁବନେଶ୍ବର-IV ସର୍କଲର ସହକାରୀ କମିଶନର ସରିତା ବାରିକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି। ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଜଣେ ଖାଦ୍ୟ ଉତ୍ପାଦକଙ୍କୁ ୨,୨୭,୧୪୭ ଟଙ୍କା ଜୋରିମାନା ଏବଂ କର ପୈଠ ପାଇଁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ସରିତା ବାରିକ, ସେହି କେସ୍ରେ ଛାଡ଼ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ମଧୁସୂଦନ ନଗରର ଆକାଶ ପ୍ରତିଷ୍ଠାନ ସମ୍ମୁଖରେ କାର ଭିତରେ ଟଙ୍କା ଗ୍ରହଣ କରିବା ବେଳେ ସେ ଗିରଫ ହୋଇଛନ୍ତି। ଲାଞ୍ଚ ଟଙ୍କା ଜବତ କରାଯାଇଛି ଏବଂ ତାଙ୍କର ତିନୋଟି ସ୍ଥାନରେ ଚଢାଉ ଜାରି ରହିଛି।













