ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ତଥାପି, EY ଇଣ୍ଡିଆର ରିପୋର୍ଟ ଅନୁସାରେ ଏହାର ଭାରତୀୟ ଅର୍ଥନୀତିରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ । ସେହି ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୩୮ ସୁଦ୍ଧା ଭାରତ ୩୪.୨ ଟ୍ରିଲିୟନ୍ ଡଲାର ସହ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହେବ ।

EY ଇଣ୍ଡିଆର ରିପୋର୍ଟ ଅନୁସାରେ, ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ବେ ଭାରତ ବିଶ୍ବର ପଞ୍ଚମ ବଡ଼ ଅର୍ଥନୀତି ହୋଇଛି। ମଜବୁତ ଆର୍ଥିକ ଭିତ୍ତିଭୂମି ସହିତ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ରିପୋର୍ଟ ଅନୁସାରେ, ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ୨୦.୭ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ ଏଵଂ ୨୦୩୮ ପର୍ଯ୍ୟନ୍ତ ଏହା ୩୪.୨ ଟ୍ରିଲିୟନ୍ ଡଲାରକୁ ଛୁଇଁବ। ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଆମେରିକା, ଚୀନ, ଜର୍ମାନୀ ଆଉ ଜାପାନ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଚୀନର ଅର୍ଥନୀତି ୨୦୩୦ ବେଳକୁ ୪୨.୨ ଟ୍ରିଲିୟନ୍ ଡଲାର ଛୁଇଁବା ନେଇ ଅନୁମାନ କରାଯାଉଛି । ଏପରି ହେଲେ ଚୀନ୍ ଅର୍ଥନୀତି ଏକ ନମ୍ବର ହୋଇଯିବ । ତେବେ ଚୀନ୍ ପାାଇଁ ଚ୍ୟାଲେଞ୍ଜ ହେଇଛି, ତାର ବୃଦ୍ଧ ଜନସଂଖ୍ୟା । ତେବେ ରିପୋର୍ଟରେ କିନ୍ତୁ ଆସନ୍ତା ୧୩ ବର୍ଷ ଭିତରେ ଭାରତର ଅର୍ଥନୀତି ଆଗକୁ ବଢିବ ବୋଲି କୁହା ଯାଉଛି।

LEAVE A REPLY

Please enter your comment!
Please enter your name here