ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳରେ ଏକ ଯୁବତୀଙ୍କୁ ଗାଡ଼ିଭିତରେ ଗଣଦୁଷ୍କର୍ମ କରି ରାସ୍ତାରେ ଛାଡ଼ିଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଯୁବତୀକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେବଳ ଏହି ମାସରେ ମୟୂରଭଞ୍ଜରେ ଏହା ତୃତୀୟ ଗଣଦୁଷ୍କର୍ମ ଘଟଣା । ସୂଚନା ଅନୁସାରେ, ଚାକିରିର ଲୋଭ ଦେଖାଇ ଯୁବତୀଙ୍କୁ ଘରୁ ଡାକି ଆଣାଯାଇଥିଲା । ପରେ କାରରେ ବସାଇ ସୁନସାନ ସ୍ଥାନକୁ ନେଇ ୫ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ ।
ଆପରାଧୀମାନେ ଯୁବତୀଙ୍କୁ ମଝି ରାସ୍ତାରେ ଫୋପାଡ଼ି ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୀଡିତା ବହୁ କଷ୍ଟରେ ପୋଲିସ ପାଖରେ ପହଞ୍ଚି ଅଭିଯୋଗ କରିଥିଲେ ।
ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ପ୍ରାଥମିକ ତଦନ୍ତରେ ଜଣାପଡିଛି ଯେ ସେହି ବ୍ୟକ୍ତିଙ୍କ ସହ ପୂର୍ବରୁ ପୀଡିତାଙ୍କର ସମ୍ପର୍କ ଥିଲା।

LEAVE A REPLY

Please enter your comment!
Please enter your name here