ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା । ଲଘୁଚାପଟି ଅବପାତ ରୂପ ନେଇଛି , ଆଜି ବାତ୍ୟା ରୂପ ନେଇପାରେ । ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଛି । ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ୧୭ ତାରିଖ ସଂଧ୍ୟାରେ ଗତିପଥ ବଦଳାଇବ । ୨୦ ତାରିଖ ଦିନ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି । ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ଯଦିଓ ସ୍ପଷ୍ଟ ହୋଇନାହିଁ ତଥାପି ବେଙ୍ଗଲ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୮ ତାରିଖରେ ପବନର ବେଗ ଘଣ୍ଟାକୁ ୬୦ କିଲୋମିଟର ଏବଂ ପରେ ଏହା ବୃଦ୍ଧି ପାଇ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here