ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ମାସରେ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତରେ ସେ ସେମିକନ କନଫରେନ୍ସରେ ଯୋଗଦେବେ। ତା’ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଦିଲ୍ଲୀରେ ଥିବା ସମୟରେ କିଛି କେନ୍ଦ୍ର ମନ୍ତ୍ରୀ ଓ ଦଳୀୟ ନେତାଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି। ସାଂଗଠନିକ ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇପାରେ।

ନିଗମର ଅଧ୍ୟକ୍ଷ ପଦ ପୂରଣକୁ ନେଇ ଶୀଘ୍ର ଆଲୋଚନା ହେବାର ସମ୍ଭାବନା ରହିଛି । ଯଦିଓ ସରକାରୀ ଭାବରେ କୌଣସି ସୂଚନା ମିଳିନାହିଁ, ଗତ ବର୍ଷରୁ ୬ଟି ମନ୍ତ୍ରୀ ପଦ ସହ ଅନେକ ନିଗମର ଅଧ୍ୟକ୍ଷ ପଦ ଖାଲି ରହିଛି । ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମଧ୍ୟ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରି ସବୁକିଛି ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here