ହ୍ୟୁଜ୍ ଆପ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ପଛରେ ରହିଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସକୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୋଲିସ ।‘ହ୍ୟୁଜ୍’ ଆପ୍‌ର ମାଧ୍ୟମରେ କଟକ ଦରଘାବଜାର ଅଂଚଳର ୨୦୦ରୁ ଅଧିକ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକାଯାଇଥିଲା। ଧରାପଡ଼ିଥିବା ବ୍ୟକ୍ତି ବାଲେଶ୍ବରର ପାର୍ଥସାରଥୀ ଦାସ, ଯିଏ ବାଦାମବାଡ଼ିରେ ଅଫିସ ଖୋଲି ଲୋକଙ୍କୁ ନିବେଶ କରିବାକୁ ପ୍ରଲୋଭିତ କରିଥିଲେ। ପୋଲିସ ତାଙ୍କୁ ଧରି ୬୮ହଜାର ଟଙ୍କା, ମୋବାଇଲ, ବ୍ୟାଙ୍କ ଡିପୋଜିଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ସୂଚନା ଅନୁଯାୟୀ , ସେ ବାଦାମବାଡି ଏଲଆଇସି କଲୋନୀରେ ଏକ ଅଫିସ ଖୋଲି ହ୍ୟୁଜ ଆପରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇବା ପରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ୧୬ହଜାର ପାଞ୍ଚଶହ ଟଙ୍କା କରି ଲଗାଇଥିଲେ। ପ୍ରଥମେ କିଛି ଲୋକ ପଇସା ଲାଭ ଆକାରରେ ପାଇଲେ। ଏହାସହ ଭିଡିଓକୁ ଷ୍ଟାର ରେଟିଙ୍ଗ ଦେଲେ ଦିନକୁ ୪୧ ଟଙ୍କା ହିସାବରେ ମାସକୁ ଏହି ଟଙ୍କା ପ୍ରଦାନ କରୁଥିଲେ । ତେବେ ପରେ ସେମାନଙ୍କୁ ଆଉ ୪୯୦୦ ଟଙ୍କା ଡିପୋଜିଟ କରିବାକୁ କୁହାଗଲା। ତେବେ ଏହା କଲା ପରେ ମଧ୍ଯ ଟଙ୍କା ଫେରିଲାନି। ପରେ ସେମାନେ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଅଭିଯୁକ୍ତ କୁ ଧରିବା ସହ ତାଠାରୁ ମୋବାଇଲ, ୬୮ ହଜାର ଟଙ୍କା,ବ୍ଯାଙ୍କ ଡିପୋଜିଟ୍, କମ୍ପାନୀ କାଗଜ, ସିମ କାର୍ଡ ଜବତ କରିଛି। ଏହା ଏକ ବଡ ନେଟୱର୍କ ହୋଇଥିବାରୁ ପୋଲିସ ତଦନ୍ତ ଜାରିରଖିଛି।

LEAVE A REPLY

Please enter your comment!
Please enter your name here