ରାଜ୍ୟ ସରକାର ୨୮ଟି ନୂତନ NAC ଘୋଷଣା କରିବା ପରେ ରାଜନୀତି ତିବ୍ର ହୋଇଯାଇଛି। ବିଜେଡି ଏହାକୁ “ପୁନଃଘୋଷଣା” ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ବିଜେପି ସରକାର ସେଥିରୁ ୧୬ ଜିଲ୍ଲାର ୪୨ଟି ସହରକୁ ବାଦ୍ ଦେଇଛି। ଏଥିପାଇଁ ୨୮ଟି NAC ରେ ପୂର୍ବ ଘୋଷଣାର ମାତ୍ର ୧୨ଟି ସ୍ଥାନ ପୁଣିଥରେ ଅନୁର୍ଭୁକ୍ତ ହୋଇଛି। ବାଦ୍ ପଡ଼ିଥିବା ୪୨ଟି NAC ସମ୍ପର୍କରେ ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ନକେଲ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି। ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ନବୀନଙ୍କ ଅମଳରେ ଥିଲା କେବଳ ଭୋଟ ରାଜନୀତି । ଏବେ ଯେଉଁଠି ଦରକାର ଥିଲା ତା’ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ନୂତନ NAC ଗଠନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦାବି ଉଠିଥିଲା। ବଢୁଥିବା ଜନ ଅସନ୍ତୋଷ ଦେଖି ୫୬ଟି NAC ଘୋଷଣା ହୋଇଥିଲା। କିନ୍ତୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ମତାନୁସାରେ, ସେଥିରେ କୌଣସି ନୀତିମୂଳକ ଗାଇଡ୍ଲାଇନ ଅନୁସରଣ ହୋଇନଥିଲା। ଏହିକାରଣରୁ ପୁଣିଥରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗାଗଲା ଏବଂ ଲୋକଙ୍କ ଆବଶ୍ୟକତା ଆଧାରରେ ୨୮ଟି ନୂଆ NAC ଘୋଷଣା କରାଗଲା।

LEAVE A REPLY

Please enter your comment!
Please enter your name here