ଧାର୍ମିକ ନିର୍ଯ୍ୟାତନା ପ୍ରଭାବିତ ଆଫଗାନିସ୍ତାନ, ବାଙ୍ଗଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାରତରେ ଆଶ୍ରୟ ନେଇଛନ୍ତି । କେନ୍ଦ୍ର ସରକାର ଏହାକୁ ନିରାପଦ ଭାବରେ ରଖିବାକୁ ଆଶ୍ୱସ୍ତି ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଜଣାଇଛି ଯେ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନମାନେ ପାସପୋର୍ଟ ବିନା ମଧ୍ୟ ଦେଶରେ ରହିପାରିବେ । କେନ୍ଦ୍ର ସରକାର ଏହି ଆଦେଶ ଇମିଗ୍ରେସନ୍ ଏବଂ ଫରେନର୍ସ ଆକ୍ଟ, ୨୦୨୫ ଅନୁଯାୟୀ ଜାରି କରିଛନ୍ତି । ଏହା ଅଧୀନରେ ସେହି ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ ଯେଉଁମାନେ ବୈଧ ପାସପୋର୍ଟ ଏବଂ ବିନା ଭିସାରେ ଭାରତ ଆସିଛନ୍ତି କିମ୍ବା ଯେଉଁମାନଙ୍କ ଡକ୍ୟୁମେଣ୍ଟର ବୈଧତା ଶେଷ ହୋଇସାରିଛି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି ଯେ ଯେଉଁ ଲୋକମାନେ ଧାର୍ମିକ ନିର୍ଯାତନା କିମ୍ବା ତା’ର ଭୟରେ ଭାରତ ଆସିଛନ୍ତି ଏବଂ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଦେଶରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ପାସପୋର୍ଟ ଏବଂ ଭିସା ନିୟମରୁ ବାଦ ଦିଆଯିବ ।

ସିଏଏ ଗତ ବର୍ଷଠାରୁ ଲାଗୁ ହୋଇଛି । ଏହା ଅଧୀନରେ, ଆଫଗାନିସ୍ତାନ, ବାଙ୍ଗ୍ଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ – ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ – ଯଦି ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଆସିଥିବେ, ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ। ବର୍ତ୍ତମାନ ସେମାନେ ଦେଶରେ ରହିବା ପାଇଁ ପାସପୋର୍ଟ କିମ୍ବା ଭିସା ଦରକାର ନାହିଁ। ଏହି ପଦକ୍ଷେପ ହଜାର ହଜାର ଶରଣାର୍ଥୀଙ୍କୁ ଆଶ୍ୱସ୍ତି ଦେଇଛି, ବିଶେଷକରି ପାକିସ୍ତାନରୁ ଆସୁଥିବା ହିନ୍ଦୁ ପରିବାରମାନେ କୌଣସି ଆଇନଗତ ଭୟ ବିନା ଦେଶରେ ରହିପାରିବେ । ତଥାପି, ନାଗରିକତା ମାତ୍ର ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ଲୋକଙ୍କୁ ସିଏଏ ଅନୁଯାୟୀ ମିଳିବ । ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଆସିଥିବା ବ୍ୟକ୍ତିମାନେ କିଭଳି ନାଗରିକତା ପାଇବେ, ତାହା ସମ୍ପର୍କରେ କେନ୍ଦ୍ର ସରକାର କୌଣସି ସୂଚନା ଦେଇନାହାନ୍ତି।

LEAVE A REPLY

Please enter your comment!
Please enter your name here