ବାସହୀନଙ୍କ ପାଇଁ ପ୍ରଧାମନ୍ତ୍ରୀ ଆଣିଲେ ଖୁସି ଖବର । ଘର କରିବା ପାଇଁ ମିଳିବ କାର୍ଯ୍ୟାଦେଶ।ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ ରାଜ୍ୟ ସରକାର ।ଆସନ୍ତା ୧୭ ସେପ୍ଟେମ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏହାକୁ ଲୋକଙ୍କୁ ଭେଟି ରୂପେ ଦିଆଯିବ । ଏହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଯିବ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କେନ୍ଦ୍ରର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନଭେମ୍ବର ମାସରୁ ପିଏମ୍ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯିବ ।
ଆବାସ ଯୋଜନା ସମ୍ବନ୍ଧୀୟ ନୂତନ ସର୍ଭେରେ ୩୫ ଲକ୍ଷ ଆବେଦନ ଆସିଛି । ସେଥିରୁ ୩ ଲକ୍ଷ ଆବେଦନ ଅନଲାଇନ୍ ମାଧ୍ୟମରେ ଦାଖଲ ହୋଇଛି, ଯାହାର ଯାଞ୍ଚ କାର୍ଯ୍ୟ ଚାଲିଛି । ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ । ପୂର୍ବରୁ ୨ଟି ପର୍ଯ୍ୟାୟରେ ଲକ୍ଷେରୁ ଅଧିକ ଲୋକଙ୍କୁ ଅର୍ଯ୍ୟୋଦୟ ଗୃହ ଯୋଜନାରେ ସମ୍ମିଳିତ କରାଯାଇଛି ।














