ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 35ରେ ପହଞ୍ଚିଲା । ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 35 ଛୁଇଁଛି । ଏହାପୂର୍ବରୁ ପାଞ୍ଚଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏପର୍ଯ୍ୟନ୍ତ ବିଶ୍ବର 59ଟି ଦେଶକୁ ଓମିକ୍ରନ ଭୂତାଣୁ ବ୍ୟାପିସାରିଲାଣି । ତେବେ ସଂକ୍ରମଣ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଇଛି । ମହାମାରୀର କବଳରୁ ବିଶ୍ବ ଏବେ ବି ସୁରକ୍ଷିତ ନୁହେଁ, ତେଣୁ ପୂର୍ବଭଳି ସତର୍କତାମୂଳକ ପଦକ୍ଷେପ ସହ ପ୍ରତିଷେଧକ ଟୀକାକରଣ ଚାଲୁ ରଖିବା ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁରୁତ୍ବ ଦେଇଛି ।

LEAVE A REPLY

Please enter your comment!
Please enter your name here