ବିଜେଡ଼ି ଦଳ ଏବେ ନିମ୍ନଗାମୀ ହେବାକୁ ଆରମ୍ଭ କରିଛି । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦଳର ବହୁ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ବିଜେଡ଼ି ଛାଡ଼ିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ବିଜେଡ଼ିରୁ ବିଦାୟ ନେଇଛନ୍ତି । ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳକୁ ଗୋଟିଏ ଦିନରେ ଦୁଇ ଦୁଇଟି ଶକ୍ତ ଝଟକା ଲାଗିଛି । ରାୟଗଡ଼ା ଜିଲ୍ଲାର ଦୁଇ ଜଣ ବରିଷ୍ଠ ନେତା ବିଜେଡ଼ିର ହାତ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ପୂର୍ବତନ ବିଧାୟକ ଲାଲ ବିହାରୀ ହିମିରିକା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଉଭୟ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ ।













