ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗସ୍ତ ସମୟରେ କିଭଳି ସୁରକ୍ଷା ବ୍ୟବସ୍ଥା ସଠିକ ରହିବ ସେ ନେଇ ଆଜି ଭୁବନେଶ୍ୱରରେ ଫୁଲ ଡ୍ରେସ୍ ରହିରସାଲ୍ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପୋଲିସ ଛାଉଣୀରେ ପରିଣତ ହେବ ବିମାନବନ୍ଦରରୁ ରାଜଭବନ । ୩୪ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ୨୦୦ ସବଇନସ୍ପେକ୍ଟର, ୬୨ ଏସିପି,୪ଜଣ ଡିସିପି ର‌୍ୟାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ଆସନ୍ତାକାଲି ଏବଂ ୧୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । କାଲି ସକାଳେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି । ପୁରୀରେ ଶ୍ରୀମନ୍ଦିରରେ ଦର୍ଶନ ପରେ ଭୁବନେଶ୍ୱର ଫେରିଆସିବେ ରାଷ୍ଟ୍ରପତି । ୧୧ ତାରିଖରେ ରାଜଧାନୀର ଦୁଇଟି ସ୍କୁଲରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ଜୟଦେବଭବନରେ ଆଉ ଏକ କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here