ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।
ନିର୍ବାଚନରେ ମୋଟ ୭୬୭ ଜଣ ସାଂସଦ ଭୋଟ୍ ଦେଇଥିଲେ । ଏଥିରରୁ ୭୫୨ ଜଣ ସାଂସଦଙ୍କ ଭୋଟ୍ ବୈଧ ହୋଇଥିଲା ଏବଂ ୧୫ଟି ଭୋଟ୍ ଅବୈଧ ହୋଇଛି । ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରଥମ ପସନ୍ଦରେ ୪୫୨ ଭୋଟ୍ ମିଳିଥିବାବେଳେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଥିଲା। ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ସିପି. ରାଧାକ୍ରିଷ୍ଣନ ନାମରେ ଜଣାଶୁଣା । ସେଜଣେ ଅଭିଜ୍ଞ ରାଜନେତା, ପ୍ରଶାସକ ଓ ଆରଏସଏସର କର୍ମକର୍ତ୍ତା। ୧୯୫୭ ମସିହା ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମ। ୧୯୭୪ରେ ୧୬ ବର୍ଷ ବୟସରେ ରାଧାକ୍ରିଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନସଂଘରୁ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା। ଆରଏସଏସରେ ସ୍ୱୟଂସେବକ ଭାବେ ଯୋଗଦେଇ ଭାରତୀୟ ଜନସଂଘ, ବିଜେପିର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ। ୧୯୭୭ରେ ଜନସଂଘ ଜନତା ପାର୍ଟିରେ ମିଶିବା ଓ ୧୯୮୦ରେ ବିଜେପି ଗଠିତ ପରେ ରାଧାକ୍ରିଷ୍ଣନ ଏହା ସହ ଯୋଡ଼ି ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କର ନିକଟତମ ସହଯୋଗୀ ଥିଲେ। ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଜନସାଧାରଣରେ ସେ “କୋୟମ୍ବାଟୁରର ବାଜପେୟୀ” ଭାବେ ପରିଚିତ।

LEAVE A REPLY

Please enter your comment!
Please enter your name here