ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ଟ୍ରଲର ମଧ୍ୟରେ ସଂଘର୍ଷ ପରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ମୃତ ଡ୍ରାଇଭର ଦ୍ୱୟ ବିହାର ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ କୋଲ୍ କରିଡର ଅନ୍ତର୍ଗତ ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଟ୍ରଲର ମୁହାଁମୁହିଁ ପିଟି ହୋଇଯିବା ପରେ ହଠାତ୍ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଅଗ୍ନିର ପ୍ରକୋପ ଅତି ଦ୍ରୁତଗତିରେ ବୃଦ୍ଧି ପାଇବାରୁ ଗାଡ଼ି ଭିତରେ ଥିବା ଡ୍ରାଇଭରମାନେ ବାହାରକୁ ବାହାରି ନପାରି ଫସି ରହିଯାଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ ସେମାନଙ୍କୁ ଗାଡ଼ି ଭିତରୁ ସୁରକ୍ଷିତ ବାହାର କରିବା ସମ୍ଭବ ହୋଇନଥିଲା। ଫଳରେ ଦୁଇ ଡ୍ରାଇଭର ଗାଡ଼ି ଭିତରେ ହିଁ ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here